spot_img

Latest Posts

ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ହେବ ବିକାଶ: ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକରର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏହି ଅର୍ଥରେ ଧର୍ମାନୁଷ୍ଠାନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ ।

ନିଷ୍ପତ୍ତି ଅନୁଯାୟୀ, ସତ୍ୟନଗର ଯୀଶୁଖ୍ରୀଷ୍ଟ ଏବଂ ମଦରମେରୀ ଭୁବନେଶ୍ୱର କାଥଲିକ୍‌ ଚର୍ଚ୍ଚକୁ ୨ କୋଟି ଟଙ୍କା ଓ ଭୁବନେଶ୍ୱର ୟୁନିଟ-୪ କ୍ୟାପିଟାଲ ମସଜିଦ୍‌କୁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦ ଇ-ରସଲ ମସଜିଦ୍‌କୁ ୨ କୋଟି ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି, ମସଜିଦ୍‌, ସମ୍ୱଲପୁର ସେଣ୍ଟ ଯୋସେଫ୍‌ କ୍ୟାଥେଡ୍ରାଲ (ରୋମାନ କାଥ୍‌ଲିକ୍‌), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ୍‌ ବ୍ରହ୍ମପୁର ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ସିଏନ୍‌ଆଇ, ରାଉରକେଲା ବିଶପ ମିଶନାରୀ (ରୋମାନ୍‌ କାଥ୍‌ଲିକ୍‌) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ୍‌କୁ ୧ କୋଟି ଟଙ୍କା ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ  ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

 

Latest Posts

Don't Miss