କୋଭିଡ ପରିଚାଳନା ନେଇ ବିଏମ୍‌ସିକୁ ଆଉ ୨୦ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ପରିଚାଳନା ନେଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜଧାନୀରେ ଆହୁରି ଜୋରଦାର ହେବ କୋଭିଡ୍‌ ଲଢେଇ । କୋଭିଡ୍‌ ପରିଚାଳନା ପାଇଁ ବିଏମସିକୁ ଆଉ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ପୂର୍ବରୁ ରାଜଧାନୀରେ କରୋନା ମୁକାବିଲା ପାଇଁ  ୭୭କୋଟି ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍‌ ହସ୍ପିଟାଲ ରହିଛି । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ରାଜ୍ୟର ବିଭିନ୍ନ ଅଞ୍ଚଳର କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସିଥାନ୍ତି । ତେଣୁ ଭୁବନେଶ୍ୱରରେ ଆବଶ୍ୟକତା ଅନୁସାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

Leave a Reply