ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ମଥ ରାଉତ ରାୟ ଜଣେ ସଫଳ ପାଇଲଟ୍ ଥିଲେ  । ଆଜି ରାଜଧାନୀବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ୱର ମାଟିକୁ ଫେରିଆସିଛନ୍ତି । ଏବେ ରାଜନୀତିରେ ଯୁବପୀଢୀଙ୍କ ଯୋଗଦାନ ବହୁତ ବେଶୀ ରହିଛି। ମନ୍ମଥ ଏହି ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ନାଁ ନ ନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗତ ୫ ବର୍ଷରେ ବିଜେପି ବିଧାୟକ କୌଣସି ବଡ଼ କାମ କରିନାହାନ୍ତି  । ଏକାମ୍ର ଏବଂ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାମକୁ ବନ୍ଦକରିବାକୁ ଚେଷ୍ଟା ବାରମ୍ୱାର ଚେଷ୍ଟା କରିଛନ୍ତି ।

ମନ୍ମଥ ଭୁବନେଶ୍ୱର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି ମୋ କାମ କରିବେ । ଭୁବନେଶ୍ୱରକୁ ଓ୍ୱାଲ୍ଡ କ୍ଲାସ୍ ସିଟି ଭାବରେ ଗଢିବାରେ ମୋତେ ସହଯୋଗ କରିବେ । ସେଥିପାଇଁ ମନ୍ମଥଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେହିପରି ମାଟିର ପୁଅର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ମଧ୍ଯ ଭୋଟ ମାଗିଛନ୍ତି ନବୀନ। ତାଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି।