ଶ୍ରୀମନ୍ଦିର ପରିକ୍ରମା ପ୍ଲାନରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭକ୍ତ କରିବେ ଦିବ୍ୟ ଅନୁଭବ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ପାଇଁ ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ନକ୍ସା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଜାତିର ବଡ଼ ପରିଚୟ ପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ସ୍ପିରିଚୁଆଲ ପରିବେଶ ପାଇଁ ପ୍ଲାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଛା ରହିଛି। ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି କହିଛନ୍ତି । ଭକ୍ତଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ବ ଦିଆଯାଇଛି । ଏଥିରେ ସହଯୋଗ କରିଥିବା ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଗଜପତି ମହାରାଜାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ବହୁବାର ଆଲୋଚନା ପରେ ଏହି ପ୍ଲାନ୍ ପ୍ରସ୍ତୁତ ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ରଘୁନାଥ ମହାପାତ୍ର ଓ ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ବିଧାନସଭାରେ ପାରିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସରକାର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି । ଏହା 4 କୋଟି ଓଡିଶା ବାସୀଙ୍କର ଯୋଜନା ବୋଲି ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply