ବନ୍ୟାର ବିକଳ ଚିତ୍ର ଦେଖି ମହାପ୍ରଭୁଙ୍କ ପାଖେ ହାତ ଯୋଡିଲେ ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ । ସାଢେ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ମଣିଥିବା ନବୀନ ଲୋକଙ୍କର ଦୁଃଖଦୁର୍ଦ୍ଦଶା ଦୂର ପାଇଁ ମହାପ୍ରଭୁଙ୍କୁ ଡାକିଛନ୍ତି ।
ବନ୍ୟାରେ କ୍ଷୟକ୍ଷତି ଦେଖି ଚିନ୍ତିତ ହୋଇପଡ଼ିଥିଲେ ନବୀନ । ଏଣୁ ବନ୍ୟାପୀଡିତଙ୍କୁ ଉଦ୍ଧାର ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଏହି ଭାବାବେଗଭରା ମୁହୂର୍ତ୍ତକୁ ନିଜ ମୋବାଇଲରେ କଏଦ କରି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।