ଓଡ଼ିଶା ଆସିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ଫଟୋ ଉଠାଇଲେ

ଭୁବନେଶ୍ୱର: ଭାରତୀୟ ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସୁଟ୍ । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ହକି ଖେଳାଳିଙ୍କ ସହ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଫଟୋରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଫଟୋ ଉଠାଇଛନ୍ତି ।

ଅଲିମ୍ପିକ୍ସରେ ସଫଳ ପ୍ରଦର୍ଶନ ପରେ ଆଜି ଓଡ଼ିଶା ଆସିଛନ୍ତି ଉଭୟ ପୁରୁଷ ଓ ମହିଳା ହକି ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କୁ ହୋଟେଲକୁ ପାଛୋଟି ନେବା ପରେ ପ୍ରଥମେ କେକ୍ କାଟିଥିଲେ ଖେଳାଳି । ପରେ ସାମ୍ୱାଦିକ ସମ୍ମଳିନୀ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସହଯୋଗ ନେଇ କୃତଜ୍ଞତା ଜଣାଇଛନ୍ତି । ତେବେ ଆଜି ସନ୍ଧ୍ୟାରେ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।

ଅନ୍ୟପକ୍ଷରେ  ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ ହୋଇଛି । ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଥିଲା । ଲଞ୍ଚରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍ ଓ  ଆମିଷରେ ଲସୁନୀ କବାବ୍, ତନ୍ଦୁରୀ ଚିକେନ ଆଦି ରହିଛି ।  ଓଡ଼ିଆ ଖାଇବା ମଧ୍ୟ ମେନୁରେ ସ୍ଥାନ ପାଇଛି। ସେହିପରି ରାତ୍ରିଭୋଜନ ପାଇଁ ମଧ୍ୟ ସ୍ୱତନ୍ତ୍ର ମେନ୍ୟୁ ରହିଛି।

 

 

Leave a Reply