ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଞ୍ଜଳି ଦେବା ବେଳେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧାଞ୍ଜଳି ଦେବା ପରେ ନବ ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ । ପତ୍ନୀ ଓ ପୁଅକୁ ଭେଟି ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି ।