କରୋନା ନିୟମର କଡ଼ା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: କହିଲେ, ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ସାଜିପାରେ
1 min readଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟ୍ କରି ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେ ସତର୍କ ଓ ସଚେତନ ହେଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଆମର ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ସାଜିପାରେ । କୋଭିଡ୍ ନିୟମର କଡ଼ା ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ନିୟମିତ ମାସ୍କ ପିନ୍ଧିବା, ନିଜକୁ ତଥା ସମଗ୍ର ସମାଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ଦିନିଆ ମାସ୍କ ଅଭିଯାନ ପାଇଁ ଗତ ଶୁଖ୍ରବାର ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଦେଲେ । ଏହି ଅଭିଯାନରେ ମାଆମାନେ ନେତୃତ୍ବ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ପରିଧାନ ହିଁ କରୋନାକୁ ପ୍ରତିହତ କରିବା ପାଇଁ ଅମୋଘ ଅସ୍ତ୍ର । ମାସ୍କ ପରିଧାନ ଦ୍ବାରା କରୋନାକୁ ପ୍ରତିହତ କରିହେବ ଓ ଲକ୍ଡାଉନ୍ ସଟ୍ଡାଉନ୍କୁ ଏଡାଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ।
ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା
ଆମେ ସତର୍କ ଏବଂ ସଚେତନ ହେଲେ ହିଁ #COVID19 ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଆମର ସାମାନ୍ୟ ଅସାବଧାନତା ଏକ ବଡ଼ ବିପଦର କାରଣ ସାଜିପାରେ। ତେଣୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ନିୟମିତ ମାସ୍କ ପରିଧାନ ଦ୍ୱାରା ଆସନ୍ତୁ ନିଜକୁ ତଥା ସମଗ୍ର ସମାଜକୁ ସୁରକ୍ଷିତ କରିବା। #Odisha pic.twitter.com/v4jzUQAGuk
— Naveen Patnaik (@Naveen_Odisha) April 11, 2021