ପ୍ରାଣୀ ପାଳନ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି: ମୁଖ୍ୟମନ୍ତ୍ରୀ

CM Naveen Patnaik Message In World World Livestock Day

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରାଣୀ ଚିକିତ୍ସକ ଦିବସ । ପ୍ରାଣୀ ଚିକିତ୍ସକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରାଣୀ ପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହା କୃଷକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି ।

CM Naveen Patnaik Message In World World Livestock Day

ସାରା ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଚାଷୀଙ୍କ ନିକଟରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ରକ୍ତ, ମୂତ୍ର ଆଦି ନମୂନା ପରୀକ୍ଷଣ ମାଧ୍ୟମରେ ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ରୋଗ ନିରୂପଣ ଲାବୋରେଟୋରୀ କାର୍ଯ୍ୟ କରୁଛି । କଥା କହି ପାରୁନଥିବା ପଶୁଙ୍କ ସେବା ଓ ରୋଗ ନିୟନ୍ତ୍ରଣରେ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।