ରୋମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ , ପାଛୋଟି ନେଲେ ଭାରତୀୟ ରାଷ୍ଟ୍ରଦୂତ

ନନ୍ଦିଘୋଷ ବ୍ୟୁରୋ: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଇଟାଲୀରେ ପହଁଚିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନାନୀ ମୋଲହୋତ୍ରା  । ୧୦ ଦିନିଆ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ  ଅନେକ କାର୍ଯ୍ୟକ୍ରମ ରହିଛି  । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନ୍ସିସଙ୍କୁ ବେଟିବାର କାର୍ଯ୍ୟକ୍ରମ ରହିଛି  ।

ରୋମରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପାଛୋଟି ନେଇଛନ୍ତି । ୟୁରୋପରେ ୫ ଦିନିଆ ରହଣୀ କାଳରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ହାସଲ କରିଥିବା ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହା ସହ ୟୁରୋପ ମହାଦେଶରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ୧୦ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।