ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

1 min read

ରୋମ୍: ୟୁରୋପର ପ୍ରବାସୀ ଓଡ଼ିଆଙ୍କୁ ରୋମରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଗତ ୨୦ ବର୍ଷରେ ଓଡ଼ିଶାର ଅଦ୍ଭୁତପୂର୍ବ ବିକାଶ, ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଥିଲେ । ଏହାସହ ଓଡ଼ିଶାର ବିକାଶ ନେଇ ପ୍ରବାସୀ ଓଡ଼ିଆଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ନବୀନ ।

ରାଜ୍ୟ ପ୍ରଗତିରେ କିପରି ସେମାନେ ଭାଗୀଦାର ହୋଇପାରିବେ ସେ ନେଇ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓ୍ବାର୍ଲ୍ଡ ଓଡ଼ିଶା ସୋସାଇଟିର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ବାଳ, ସଂଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୁଦୂର ରୋମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ବିକାଶ ପୁରୁଷଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରବାସୀ ଓଡିଆ ।

ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବାସୀଙ୍କୁ ଉଦବୋଧନ ଦେବେ । କୃଷିରେ ବିକାଶ, ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ନବୀନ । ଜାତିସଂଘ-ବିଶ୍ବ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବଖାଣିବେ ସଫଳତାର କାହାଣୀ । ଆସନ୍ତା ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବେ ।  ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବେ ନବୀନ ।