ହକି ବିଶ୍ବକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୂରା ରାଜ୍ୟରେ ବୁଲିବ ଟ୍ରଫି

ଭୁବନେଶ୍ବର: ଆରମ୍ଭ ହେଲା ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ  ୱାର୍ଲକପ୍ ପାଇଁ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ

୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି ।

ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ବୁଲିବ ଟ୍ରଫି । ଏହି ଟ୍ରଫି ଟୁର୍‌ ଦେଶରେ ହକି ବିଶ୍ବକପ୍ ନେଇ ଉତ୍ସାହ ଭରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ଟ୍ରଫି ହସ୍ତାନ୍ତର ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ଜାନୁଆରୀ ୧୩ରୁ ହକି ବିଶ୍ବକପ  ଆରମ୍ଭ ହେବ । ୨୩ ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ହେବ ଖେଳାଯିବ ଫାଇନାଲ ମ୍ୟାଚ୍ ।