spot_img

Latest Posts

ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶ ନକ୍ସ।। ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ହ୍ୟ।ଲିପ୍ୟାଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରୁ ଫେରିବା ପରେ ରାଜ୍ୟବାସୀଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମ୍ୟୁନିସପାଲ ମାର୍କେଟ୍ ଗ୍ରାଉଣ୍ଡରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅବଢା ଯ଼ୋଜନାରେ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ଶ୍ରୀଜଗନ୍ନାଥବଲ୍ଲଭ ପଲିଗ୍ରାମ୍ ସେଣ୍ଟର, ମଲ୍ଟି ଲେବଲ୍ କାର୍ ପାର୍କିଂ, ବଡଦାଣ୍ଡ ମୁ୍ନିସିପାଲଟି ମାର୍କେଟର ପୁନରୁଦ୍ଧାର, ସମୁ୍ଦ୍ରକୂଳ ଭେଡିଂଜୋନ୍‌, ମଙ୍ଗଳାଘାଟ ପାଇଁ ସେଣ୍ଟ୍ରାଲାଇଜଡ୍‌ କିଚେନ୍‌ ଓ ସ୍ୱର୍ଗଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଦର୍ଶନ କରିବା ପରେ ମନ୍ଦିର ସାମ୍ନାରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପର ମଧ୍ୟ ସମୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।ମୁଖ୍ୟମନ୍ତ୍ରୀ ନକ୍ସା ଦେଖିବା ସହ ପ୍ରକଳ୍ପର ରୂପରେଖ କେମିତି ହେବ ସେ ସଂପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।  ତାଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ୍, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss