କୋରାପୁଟରେ ସ୍ମାର୍ଟ କାହାଣୀ: ପହଁଚିଲା BSKY, ମିଳିବ ଉନ୍ନତ ଚିକିତ୍ସା

କୋରାପୁଟ: ଉପାନ୍ତରେ  ସ୍ମାର୍ଟ କାହାଣୀ । କୋରାପୁଟ ପାଇଲା ସ୍ମାର୍ଟ ହେଲ୍‌ଥ କାର୍ଡ । ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର 12 ଲକ୍ଷ ହିତାଧିକାରୀ ଉପକୃତ ହେବେ । ରାଜ୍ୟର ୯୬ଲକ୍ଷ ପରିବାରଙ୍କୁ କାର୍ଡ ଦିଆଯିବ । ସାଢେ ୩କୋଟି ଲୋକ ଉପକାର ପାଇବେ । ହସ୍ପିଟାଲରେ ଡକ୍ୟୁମେଣ୍ଟ ଦେବାକୁ ପଡିବନି । କେବଳ ସ୍ମାର୍ଟକାର୍ଡ ସାଥିରେ ନେବାକୁ ପଡିବ ।

୨୦୦ ବଡ ବଡ ହସ୍ପିଟାଲରେ ସୁବିଧା ପାଇବେ ହିତାଧିକାରୀ । ପରିବାରରେ 5 ଲକ୍ଷ, ମହିଳାଙ୍କ ପାଇଁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ । ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟେନ । ଜିଲ୍ଲା ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଭେଟି ଦେଲେ ନବୀନ । ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । କୋରାପୁଟ କଫି ନୂଆ ବ୍ରାଣ୍ଡ ଭାବେ ଉଭା ହୋଇଥିବାରୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ।

Leave a Reply