ବିମସଟେକ୍ ର ଦ୍ୱିତୀୟ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏନଡିଆରଏଫ୍ ଦ୍ଵାରା ଆୟୋଜିତ ବିମସଟେକ୍ ର ଦ୍ୱିତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଏସିଆ ଏବଂ ଏସିଆନ୍ ଦେଶରେ ବିମସଟେକ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଦାୟିତ୍ୱସମ୍ପନ୍ନ ସଂଗଠନ ଭାବରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏହି ଅଞ୍ଚଳରେ ବିଶ୍ୱର ୨୨ ପ୍ରତିଶତ ଲୋକ ରହୁଥିବାବେଳେ ସେମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ମୁଖ୍ୟତଃ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବିମସଟେକ୍ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଓଡିଶା ମଧ୍ୟ ଅନେକ ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଜକୁ ସ୍ୱୟଂସମ୍ପୂର୍ଣ୍ଣ କରିପାରିଛି । ନିଜର ସ୍ୱତନ୍ତ୍ର ବିପର୍ଯ୍ୟୟ ପ୍ରଶମନ ବାହିନୀ ପ୍ରସ୍ତୁତ କରିବାରେ ଦେଶରେ ଓଡିଶା ପ୍ରଥମ ରାଜ୍ୟ ।

Image result for BIMSTEC

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଜିରୋ କାଜୁଆଲିଟି ପାଇଁ ଓଡିଶା ଜାତିସଂଘ ଦ୍ଵାରା ପ୍ରଶଂସିତ ହୋଇପାରିଛି । ତେବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଓଡିଶାରେ ଥିବା ପ୍ରାଚୀନ ଐତିହ୍ୟ ଅନେକ ମାତ୍ରାରେ ପ୍ରଭାବିତ ଏବଂ ନଷ୍ଟ ହେଉଛି । ପ୍ରଚୀନ ଐତିହ୍ୟର ସୁରକ୍ଷା ଦିଗରେ ବିମସଟେକ୍ ଅନେକ ପଦକ୍ଷେପ ନେଉଥିବାବେଳେ ଓଡିଶାରେ ମଧ୍ୟ ପ୍ରଭାବିତ ପୁରାତନ ଐତିହ୍ୟର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ତେଣୁ ଏହି କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଓଡିଶାର ପ୍ରାଚୀନ ସୁରକ୍ଷା ଦିଗରେ ସେମାନେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply