ଦେବଗଡ଼ରେ ବିଏସ୍‌କେଓ୍ୱାଇର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୭୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ

1 min read

ଭୁବନେଶ୍ୱର/ଦେବଗଡ଼: ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପ୍ରାୟ ୭୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତ ଓ ବିଜୁଳି ଆଦି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ଏଥିସହିତ ୫-ଟି ଅଧିନରେ ରାଜ୍ୟରେ ସମସ୍ତ ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲୁଥିବା ବେଳେ ଦେବଗଡ଼ ଜିଲ୍ଲାର ମଧ୍ୟ ସମସ୍ତ ସରକାରୀ ସ୍କୁଲର ରୂପାନ୍ତର କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ପାଇପ ଲାଇନ୍ ପ୍ରକଳ୍ପ,୩୦୦ ବେଡ୍ ହସ୍ପିଟାଲ ପାଇଁ ମଧ୍ୟ ଶିଳାନ୍ୟାସ କରିଥିବା ବେଳେ ଠିକ୍ ସମୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସ୍‌କେଓ୍ୱା ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍ ମୋଟ ୧୦ ଲକ୍ଷ ପରିବାର ବିଏସ୍‌କେଓ୍ୱାଇ କାର୍ଡ ପାଇସାରିଛନ୍ତି । ଏବଂ ସେପ୍ୱେମ୍ୱର ମାସ ଠାରୁ ଏଯାବତ୍ ପ୍ରାୟ ୧୦ ହଜାର ହିତାଧିକାରୀ ଏହି କାର୍ଡ ଦ୍ୱାରା ନିଜର ମାଗଣା ଚିକିତ୍ସା କରାଇପାରିଥିବା ବେଳେ ଦେବଗଡ଼ ଜିଲ୍ଲାରେ ୨ଲକ୍ଷ ୭୦ ହଜାର ଲୋକେ ଏହି କାର୍ଡ ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିକିତ୍ସା ପାଇଁ ଏହି କାର୍ଡ ହିଁ ହେବ ସବୁଠାରୁ ବଡ଼ ସାଥି । ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତାର ପଡ଼ିବ ନାହିଁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ, ଅର୍ଥାତ ରାଜ୍ୟର ସାଢ଼େ ୩କୋଟି ଲୋକେ ଏହି ସ୍ମାର୍ଟକାର୍ଡ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave a Reply