କରୋନା କାଳରେ ବିକାଶ ଧାରା ଅବ୍ୟାହତ, ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: କରୋନା ରାଜ୍ୟକୁ ପ୍ରଭାବିତ କରିଛି । ହେଲେ ଅଟକାଇ ପାରିନାହିଁ । ଭିତ୍ତିଭୂମି ଉନ୍ନୟନ ସହ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ଭିତ୍ତିକ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଗ୍ରାଉଣ୍ଡ ବ୍ରେକିଂ ହୋଇଥିବା କେତେକ ଶିଳ୍ପଦ୍ୟୋଗ ମଧ୍ୟ କାର୍ଯ୍ୟକ୍ଷମ ହେବାର ଖବର ଆସିଛି । ଯାହା ରାଜ୍ୟ ଅର୍ଥନୀତି ଏବଂ ମାନବସମ୍ବଳ ପାଇଁ ଖୁସିର ବିଷୟ । ସେହିକ୍ରମରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହି ନିବେଶ ମାଧ୍ୟମରେ ରାଜ୍ୟରେ ନୂତନ ଭାବେ ୭୦୦୦ ମାନବସମ୍ବଳକୁ ରୋଜଗାର ମିଳିବ । ମୋଟ ୧୨ ପ୍ରକଳ୍ପ ମଧ୍ୟରୁ ୮ଟି ଏମଏସଏମଇ ଏବଂ ୪ଟି ବୃହତ ପ୍ରକଳ୍ପ । ନିବେଶକୁ ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଛିବର୍ଷ ହେବ ଓଡ଼ିଶା ନିବେଶକାରୀଙ୍କ ପାଇଁ ପ୍ରୃକୃଷ୍ଟ କ୍ଷେତ୍ର ପାଲିଟିଛି । ରାଜ୍ୟରେ ଶିଳ୍ପ ଜଗତ ପାଇଁ ନିବେଶର ଭରପୂର ସୁଯୋଗ ରହିଛି । କରୋନା ମହାମାରୀ ସମୟରେ ରାଜ୍ୟରେ ଶିଳ୍ପାୟନ ଧାରା ଅବ୍ୟାହତ ରହିଛି । ଲକଡାଉନ ସମୟରେ ମଧ୍ୟ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ନୂତନ ନିବେଶ ରାଜ୍ୟ ପାଇଁ ପ୍ରଗତି ଆଣିବ । ଶିଳ୍ପାୟନର ଧାରା ଅବ୍ୟାହତ ରହିବ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଞ୍ଜୟ ସିଂ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇପିକଲ ଏମଡି ନୀତିନ ଜୱାଲେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୧୦ଟି ପ୍ରକଳ୍ପର ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ସେହିପରି ଶୁଭାରମ୍ଭ ହୋଇଥିବା ୨ଟି ପ୍ରକଳ୍ପ ସମ୍ପର୍କିତ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।

Leave a Reply