ଭୁବନେଶ୍ୱରରେ ଗଡ଼ିଲା ଇ-ବସ୍ ଓ ଇ-ରିକ୍ସା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଗଡିଲା ଇ-ବସ୍ । ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଇ-ବସ୍ ସେବା । ନବୀନ ନିବାସ ସାମ୍ନାରେ ପତାକା ଦେଖାଇ ଇ-ବସ୍ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ । ଇ-ବସ ସହିତ ଇ-ରିକ୍ସା ମଧ୍ୟ ଶୁଭାରମ୍ଭ ହୋଇଛି ।

ଗତ ଦୁଇମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି । ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି । ବସରେ ବାଲିବସ୍ଥା ରଖାଯାଇ ଟ୍ରାଏଲ କରାଯାଇଛି । ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ । ସବୁ ବସ ଶୀତତାପ ନିୟନ୍ତ୍ରିତ । ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ ।

ଏଠାରେ ସେଗୁଡ଼ିକୁ ଚାର୍ଜିଂ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ପୁରୁଣା ରୁଟଚରେ ଚାଲିବ ଏହି ବସ୍ । ଏହାଦ୍ବାରା ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକାଯାଇପାରିବ । ଇ-ବସ ସେବା ସହିତ ଇ-ରାଇଡ ମଧ୍ୟ ଆରମ୍ଭ ହେବ । ୪୫ଟି ଇ-ରିକ୍ସା ଲୋକାପ୍ରଣ ହେବ । ଇ-ରିକ୍ସା ଜରିଆରେ ମୋ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ଯାତାୟତ କରିବାରେ ଜନସାଧାରଣ ।