ବିଶ୍ୱ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: କହିଲେ, ‘ପଖାଳ ମୋର ପ୍ରିୟ ଖାଦ୍ୟ’

1 min read

ଭୁବନେଶ୍ୱର: ୨୦୧୮ ମସିହାରେ ‘ଦି ଟଲ୍ ମ୍ୟାନ’ ପୁସ୍ତକ ଉନ୍ମଚୋନ ପାଇଁ ଓଡ଼ିଶା ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଦେବଗୌଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଏମ୍ ନେତା ସୀତାରାମ ୟେଚୁରୀ  ।  ନବୀନ ନିବାସରେ  ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ସେମାନଙ୍କୁ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖୁଆଇଥିଲେ  । ଆଜି ମାର୍ଚ୍ଚ ୨୦ରେ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପୁରୁଣା ଫଟୋକୁ ଟ୍ବିଟ ଓ ଫେସବୁକରେ ଛାଡିଛନ୍ତି  । ଏଥିରେ ଲେଖିଛନ୍ତି ଯେ ପଖାଳ ମୋର ପ୍ରିୟ ଖାଦ୍ୟ  । ବାହାର ଲୋକଙ୍କୁ ପଖାଳ ଖୁଆଇବାରେ ମୋର ଆନନ୍ଦ ଥାଏ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।

May be an image of one or more people, people sitting and indoor

ଅପରପକ୍ଷରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଖାଳ ଦିବସ ଅବସରେ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳା ମାଧ୍ୟମରେ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ମହୋଦଧି ବେଳାଭୂମିରେ ଏହି ବାଲୁକାକଳା ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Leave a Reply