ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ସକାଳ ୧୦ଟା ୧୫ରୁ ୧୦ଟା ୨୫ ମିନିଟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ଘରୁ ନୂଆଁ ମନ୍ଦିରକୁ ଆସିବାର ପରମ୍ପରା ରହିଛି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ଙ୍କ ନିକଟରେ ନୂଆ ଲାଗି ହେବା ପରେ ନୂଆଁ ଖାଇବେ ପୂରା ପଶ୍ଚିମ ଓଡିଶାବାସୀ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଖାଇ ଭେଟଘାଟ ବନ୍ଦ ରହିଥିବା ବେଳେ କେବଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହାର ମଜା ନେଇପାରିବେ ପଶ୍ଚିମ ଓଡିଶା ବାସୀ ।
ଅପରପକ୍ଷରେ ନୂଆଁଖାଇ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଁଖାଇ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପର୍ବ ସହିତ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମା’ ସମେଲଇଙ୍କ ନିକଟରେ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍। #ନୂଆଁଖାଇଜୁହାର ? pic.twitter.com/AsIUhLzBVU
— Naveen Patnaik (@Naveen_Odisha) September 11, 2021