ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ଭୁବନେଶ୍ୱର ଜୟଦେବ ଭବନରେ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସମ୍ବର୍ଦ୍ଧନା ଦେଇଛନ୍ତି ନବୀନ । ଚଳିତ ବର୍ଷ ରାଜ୍ୟ ହଜ୍ କମିଟି, SC-ST ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଜରିଆରେ ୩୮୮ ଜଣ ଯାତ୍ରୀ ହଜ୍ ଯାତ୍ରାରେ ସାଉଦି ଆରବର ମକ୍କା ଓ ମଦିନା ଯିବେ । ଯାତ୍ରୀଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଓ ୧୬୪ ଜଣ ମହିଳା ଅଛନ୍ତି । ସେମାନଙ୍କ ସୁବିଧା ପାଇଁ ୩ ଜଣ ସରକାରୀ କର୍ମଚାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ସହ ଓଡ଼ିଆ ହଜ୍ ଗାଇଡ ଉନ୍ମୋଚନ କରାଯାଇଛି ।
ଉତ୍ସବରେ SC-ST ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସଦସ୍ୟ ମୁନ୍ନା ଖାନ୍, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ହଜ୍ କମିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ୍ ଯୋଗଦେଇ ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ । ସଂଖ୍ୟାଲଘୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କୋଭିଡ୍ ଯୋଗୁଁ ୨ ବର୍ଷ ପରେ ହଜ୍ ଯାତ୍ରା ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହଜ୍ ଯାତ୍ରୀ ।