‘ଅମ୍ଫାନ’ କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: କହିଲେ, ପଶ୍ଚିମବଙ୍ଗ ଲୋକଙ୍କ ସହ ଅଛନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା କାରଣରୁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ବିପତ୍ତି ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହିତ ଓଡ଼ିଶା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମ୍ପର୍କରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯଥା ସମ୍ଭବ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ୪ଟି ଜିଲ୍ଲାରେ କ୍ଷୟକ୍ଷତି ସଂପର୍କରେ ଆକାଶମାର୍ଖରୁ ସ୍ଥିତିର ସମୀକ୍ଷା କରିଥିଲେ ।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

ସୂଚନା ଯୋଗ୍ୟ ଯେ, ‘ଅମ୍ଫାନ’ର କମ୍ପନରୁ ଅଳ୍ପକେ ବର୍ତ୍ତିଯାଇଛି ଓଡ଼ିଶା । ଉତ୍ତର ଓଡ଼ିଶାରେ ଘସି ହୋଇଗଲା କିନ୍ତୁ ଲ୍ୟାଣ୍ଡଫଲ କଲା ପଶ୍ଚିମବଙ୍ଗର ସୁନ୍ଦରବନରେ । ଆଉ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ରଚିଲା ତାଣ୍ଡବ ।  କିଛି ଘଣ୍ଟାରେ ଛାରଖାର ହୋଇଗଲା ସବୁ କିଛି । ଅକାଳରେ ଚାଲିଗଲା ୭୨ ଜୀବନ ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଭାଙ୍ଗିଲା ୫ ହଜାର ୫୦୦ ଘର । ଠପ୍‌ ହୋଇଗଲା ବିଦ୍ୟୁତ ସେବା ବନ୍ଦ ହୋଇଗଲା ଇଣ୍ଟରନେଟ୍ । ଶ୍ରୀହୀନ ହୋଇଗଲା ଐତିହାସିକ ନଗରୀ କୋଲକାତା । ବିମାନବନ୍ଦରରେ ଲହଡ଼ା ମାରିଲା ବର୍ଷା ପାଣି । ଏଭଳି କ୍ଷୟକ୍ଷତି ହୋଇଛି ଯେ, ଯାହା ଏଯାଏଁ ଆକଳନ ହୋଇପାରୁନାହିଁ । ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ମେଦିନିପୁର ଓ କୋଲକାତା ବେଶୀ ପ୍ରଭାବିତ ହୋଇଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ମମତାଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ପଶ୍ଚିମବଙ୍ଗ ଗସ୍ତରେ ଯିବା ସହ ସେଠାକାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସମ୍ମିତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତିର ଆକଳନ କରିବେ ବୋଲି  ପିଏମଓ  ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । । ଏଥିସହିତ ଓଡ଼ିଶା ଗସ୍ତରେ ଆସିବା ନେଇ ମଧ୍ୟ ଟ୍ୱିଟରେ ଉଲ୍ଲେଖ ରହିଛି ।

Leave a Reply