ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

Changes In Author Manoj Das International Award Norms

ଭୁବନେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝାରସୁଗୁଡ଼ାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସାମାଜିକ ଗଣମାଧ୍ୟରେ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ଲେଖିଛନ୍ତି, ଏ  ବିଷୟରେ ଜାଣି ମୁଁ ଦୁଃଖିତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

 

ଶୁକ୍ରବାର ଦିନ ଯାକର ଶ୍ରମ ସାରି ଘରକୁ ବାହୁଡୁଥିଲେ ଶ୍ରମିକ । ଅପେକ୍ଷାରେ ଥିଲେ ସ୍ତ୍ରୀ, ପିଲା ଓ ପରିବାର । ହେଲେ ଫେରିବା ବାଟରେ ମୃତ୍ୟୁ ଲେଖିଲା ଅଫେରା କାହାଣୀ । କାମ ସାରି ଘରକୁ ଫେରିବା ହେଲା ଶେଷ ଯାତ୍ରା । ଝାରସୁଗୁଡ଼ା ସରବାହଲ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାଇଛି 8 ଜଣଙ୍କ ଜୀବନ । ୧୮ ଜଣରୁ ଅଧିକ ଆହତ ହୋଇଥିବା ବେଳେ 14 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକ ହେଲେ ବ୍ରଜପାଳ ସିଂ, ପଙ୍କଜ ଝା, ରାଜେନ୍ଦ୍ର ତିବାରୀ, ଶେର ବାହାଦୂର ଓ ବିକାଶ କୁମାର । ଗତକାଲି ସଂଧ୍ୟାରେ ସମୟରେ ଠେଲକୋଲୋଇ ସ୍ଥିତ ଭୂଷଣ ପ୍ଲାଣ୍ଟରୁ 60ରୁ ଅଧିକ କର୍ମଚାରୀଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ସରବାହଲ ବାଇପାସ୍ ନିକଟରେ ବସକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ହାଇଓ୍ବା ।