ନବୀନ ବଖାଣିଲେ ବିକାଶର କାହାଣୀ, 5T ଯୋଗୁଁ ସବୁସ୍ତରରେ ଘଟିଛି ରୂପାନ୍ତରଣ

1 min read

ଭୁବନେଶ୍ବର: ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ନୂଆ ସୁଯୋଗ ସୃଷ୍ଟି ହେଉଛି । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି ।

ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।

ସ୍ବାସ୍ଥ୍ଯ ରୂପାନ୍ତରରଣରେ ବିଏସକେଓ୍ବାଇର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ ହାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଅଧିକ ରାଜସ୍ବ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଥିବାବେଳେ ପ୍ରଶାସନର ରୂପାନ୍ତରୀଣ ସମ୍ଭବ ହୋଇଛି । ଓଡିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ । ବୟନ, ଖାଦ୍ୟଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି ।

ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।