ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା
1 min readଭୁବନେଶ୍ୱର: ଅସମୟରେ ସହଯୋଗ ହିଁ ସଫଳତାକୁ ବାଟ କଢ଼ାଏ । ସମଗ୍ର ଦୁନିଆ ପାଇଁ କୋଭିଡ୍-୧୯ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମନ୍ୟୁଷ ବଞ୍ଚି ରହିବାକୁ ଓ ପ୍ରତିକୂଳ ପରିସ୍ଥିତ ସହ ଲଢେଇ କରିବାକୁ ଆବଶ୍ୟକ ବିପୁଳ ଅର୍ଥ । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) କୋଭିଡ୍-୧୯ ଫଣ୍ଡକୁ ନବୀନ ନିଜର ୩ ମାସର ଦରମା ପ୍ରଦାନ କରିଛନ୍ତି ।
#Breaking ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିର କୋଭିଡ୍-୧୯ ଫଣ୍ଡକୁ ୩ ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା କାର୍ଯ୍ୟରେ ଲାଗିବ ଏହି ଅର୍ଥ । ଅନ୍ୟମାନେ ମଧ୍ୟ ସହାୟତାର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ।@CMO_Odisha @Naveen_Odisha #OdishaFightsCorona #NandighoshaTV pic.twitter.com/CxEDJnG5yc
— NandighoshaTV (@NandighoshaTV) March 23, 2020
ନିଜର ୩ ମାସର ଦରମା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ବିପଦ ସମୟରେ ସମସ୍ତଙ୍କ ସ୍ୱଳ୍ପ ସହଯୋଗ, ବଡ଼ ସମ୍ବଳ ହେବ । ତେଣୁ, ଆକ୍ରାନ୍ତ ଓ ପ୍ରଭାବିତଙ୍କ ଲାଗି ସମସ୍ତେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।