ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ଜଗବନ୍ଧୁଙ୍କ ନାଁରେ ଏକ୍ସପ୍ରେସ ଚଳାଇବାକୁ ଦାବି

ଭୁବନେଶ୍ୱର: ଓଡ଼ିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକମାନଙ୍କ ସାହସ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍‌ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା ।  ଅମର ବୀର ପାଇକମାନଙ୍କ ଦେଶଭକ୍ତି ବୀରତ୍ୱ ଏବଂ ସଂଗ୍ରାମ ଯୋଗୁଁ ଓଡ଼ିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା । ୧୮୧୭ରେ ଓଡ଼ିଶା ପାଇକ ହିଁ ଆରମ୍ଭ କରିଥିଲେ ବ୍ରଟିସ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ । ପାଇକ ବିଦ୍ରୋହଥିଲା ବିଟ୍ରିସ ସରକାରଙ୍କ ବିରୋଧରେ ଗଣ ଆନ୍ଦୋଳନ । ଯେଉଁଥିରେ ସାରା ଓଡ଼ିଶା ସାମିଲ ହୋଇଥିଲା ।

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିରସ୍ଥାପନ କାର୍ଯ୍ୟକ୍ରମରେ  ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପାଇକମାନଙ୍କ ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସେପ୍ରସ ଟ୍ରେନ୍ ଚଳାଇବା ନେଇ ଦାବି ଜଣାଇବା ସହ ମାନ୍ୟବର ରାଷ୍ଟ୍ରପତି ଆମର ଦାବି ପ୍ରତି ସୁବିଚାର କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମିଳିତଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି  । ଏଣୁ ଭାରତ ସରକାରଙ୍କ ୨ ବିଭାଗର ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି  । ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇଦେଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply