ଗ୍ୟାସ୍ ଲିକ୍ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ବିଶାଖାପଟନମ ଗ୍ୟାସ୍ ଲିକରେ ୮ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକ ଓ ଆହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆହତ ଶୀଘ୍ର ସୁସ୍ଥ ହେବା ପାଇଁ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
Deeply saddened to know about the tragic loss of so many lives and so many people fell sick in #VizagGasLeak. My thoughts and prayers are with bereaved families in the hour of grief and pray for the speedy recovery of those who are hospitalised. #Visakhapatnam
— Naveen Patnaik (@Naveen_Odisha) May 7, 2020
ଆନ୍ଧ୍ରପ୍ରଦେଶ ଡିଜିପି ଗୌତମ ସୱାଙ୍ଗଙ୍କ ସୂତନା ଅନୁଯାୟୀ, ସକାଳ ପ୍ରାୟ ୩ଟା ୩୦ରେ ଗ୍ୟାସ୍ ଲିକ୍ ହୋଇଥିଲା । ଷ୍ଟିରେନେ ଗ୍ୟାସ୍ ଟ୍ୟାଙ୍କରୁ ଲିକ୍ ହୋଇଥିଲା । ବର୍ତ୍ତମାନ ଗ୍ୟାସ୍ ଲିକ୍ ବନ୍ଦ ହୋଇଛି । ପାଖାପାଖି ୮୦୦ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ୨୪୦ ଜଣ ଚିକିତ୍ସାଧୀନ ଅଛନ୍ତି ।
#UPDATE 8 persons have died till now in the #VizagGasleak mishap: Andhra Pradesh DGP Damodar Goutam Sawang pic.twitter.com/3vHsUsEv77
— ANI (@ANI) May 7, 2020
ଏହି ଘଟଣାର ତଦନ୍ତ କରାଯାଉଛି । ତେବେ, ଭାଇଜାଗ ଗ୍ୟାସ୍ ଲିକ୍ ଏକ ଦୁର୍ଘଟଣା ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପି । ସମସ୍ତ ପ୍ରୋଟୋକଲ୍ସକୁ ଅନୁପାଳନ କରାଯାଉଛି । ତଦନ୍ତ ଚାଲିଛି, ଘଟଣା ସ୍ଥଳକୁ ଫରେନସିକ୍ ଟିମକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।
ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ୮ ମୃତ, ପ୍ରାୟ ୫ ହଜାର ଲୋକ ଅସୁସ୍ଥ