ବିରୋଧୀଙ୍କ ନବୀନଙ୍କ ଜବାବ; କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି

ଭୁବନେଶ୍ବର: ଅପପ୍ରଚାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜବାବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ।

ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ସେ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି, ରାଜ୍ଯସାରା ବୁଲି ପ୍ରଚାର କରୁଛି ।

ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଏହା ଏକ ଶକ୍ତ ଜବାବ । ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ବିଜେପି ନେତାମାନେ ଅପପ୍ରଚାର କରୁଛନ୍ତି । ଆଜି ନିଜେ ମୁଖ୍ଯମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।