ସଫଳ ରକ୍ତଦାନ ଶିବିର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ୍
1 min read![Memorial To Build In Memory Of Martyred Covid Warrior In Bhubaneswar](https://nandighoshatv.com/wp-content/uploads/2020/07/CM-Naveen-Patnaik-Thanks-Puri-Administration-Servitors-For-Smooth-Conduct-Of-Rath-Yatra-768x348-1.png)
ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ପକ୍ଷରୁ ଆୟୋଜିତ ହେଉଥିବା ରକ୍ତଦାନ ଶିବିର କର୍ଯ୍ୟକ୍ରମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ମୁଖ୍ୟମନ୍ତ୍ରାୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଲେଖିଛନ୍ତି:- ସାରା ରାଜ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ସଫଳ କରିଥିବା ରକ୍ତଦାତା, @MoParivarOdishaର ନେତୃବୃନ୍ଦ, ଦଳୀୟ ନେତା, କର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ । ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ପଛରେ ଥିବା ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ । ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହା ନିଶ୍ଚୟ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
ସାରା ରାଜ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ସଫଳ କରିଥିବା ରକ୍ତଦାତା, @MoParivarOdisha ର ନେତୃବୃନ୍ଦ, ଦଳୀୟ ନେତା, କର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ। ରେକର୍ଡ଼ ସଂଖ୍ୟକ ରକ୍ତ ସଂଗ୍ରହ ପଛରେ ଥିବା ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ। ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହା ନିଶ୍ଚୟ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। #OdishaMoParivar
— Naveen Patnaik (@Naveen_Odisha) October 17, 2020