ଭାରତୀୟ ସିନେମାକୁ ଓସ୍କାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min read
ଭୁବନେଶ୍ୱର: ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍କୁ ଶୁଭକାମନା ଜମାଇଛନ୍ତି। ଭାରତୀୟ ଫିଲ୍ମର ପ୍ରଥମ ଓରିଜିନାଲ ଗୀତ ଭାବେ RRR ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ମିଳିଥିବାରୁ ଏହା ଏକ ଗର୍ବର ମୁହୁର୍ତ୍ତ ବୋଲି କହିଛନ୍ତି ।
ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ । ସେହିପରି ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ ଟିମ୍କୁ ମଧ୍ୟ ସମ୍ମାନନୀୟ ଏକାଡେମୀ ପୁରସ୍କାର ପାଇଥିବାରୁ ଶୁଭେଚ୍ଛା ଜମାଇଛନ୍ତି ନବୀନ । ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟାଗୋରୀରେ ଫିଲ୍ମକୁ ମିଳିଛି ଆୱାର୍ଡ।