ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

1 min read

କୋଲକାତା: ପଶ୍ଚିମବଙ୍ଗରେ ଦମ୍ ଦେଖାଇଲେ ଦିଦି। ବିଜୟର ହ୍ୟାଟ୍ରିକ ସହ ୨୧୩ ଆସନ ଅକ୍ତିଆର କରିଛି ଦିଦିଙ୍କ ଦଳ ଟିଏମସି। ଯାହା ପରେ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଟିଏମସିର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ କରି କଥା ହୋଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ବିଜୟ ନେଇ ମମତାଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଦିଦି ବିଜୟର ହ୍ୟାଟ୍ରିକ ସହ ୨୧୩ ଆସନ ଅକ୍ତିଆର କରିଛି ଟିଏମସି। ହେଲେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଛନ୍ତି ମମତା । ଅନ୍ୟପକ୍ଷରେ ଆସାମରେ ବିଜେପି ମେଣ୍ଟ ଏନଡିଏ ୭୩ ଆସନ ପାଇ ପୁଣି ଥରେ ସରକାର ଗଢିବାକୁ ଯାଉଛନ୍ତି ସର୍ବାନନ୍ଦ ସୋନଓ୍ବାଲ । ଏଠାରେ କଂଗ୍ରେସ ମେଣ୍ଟ ୟୁପିଏକୁ ୫୨ଟି ଆସନ ମିଳିଛି । ପୁଡୁଚେରୀରେ ୩୦ ଆସନରୁ ଏନ୍‌ଡିଏ ମେଣ୍ଟ ୧୬ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଛି । କଂଗ୍ରେସ ମେଣ୍ଟକୁ ମାତ୍ର ୯ଟି ଆସନ ମିଳିଛ ଏବଂ ଅନ୍ୟମାନଙ୍କୁ ୬ଟି ଆସନ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସେହିପରି କେରଳରେ ଶାସକ ଏଲ୍‌ଡିଏଫ୍‌ ମେଣ୍ଟ ଐତିହାସିକ ବିଜୟ ହାସଲ କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପିନାରାଇ ବିଜୟନ । ୧୪୦ ଆସନରୁ ବାମମେଣ୍ଟ ଏଲଡିଏଫ ୯୨ ଆସନରେ ବିଜୟୀ ରହିଛି । ୟୁଡିଏଫକୁ ୩୯ଟି ଆସନ ମିଲିଥିବା ବେଳେ ଅନ୍ୟାନ୍ୟ ଖାତାକୁ ୯ଟି ଆସନ ଯାଇଛି । ସେହିପରି ତାମିଲନାଡ଼ୁରେ ୨୩୪ ବିଧାନସଭା ଆସନରୁ AIADMK- BJPକୁ ମାତ୍ ଦେଇ ସରକାର ଗଢିବାକୁ ଯାଉଛି ଡିଏମକେ-କଂଗ୍ରେସ ମେଣ୍ଟ । ଡିଏମକେ କଂଗ୍ରେସ ମେଣ୍ଟ ୧୫୨ଟି ଆସନ ପାଇ ସରକାର ଗଢିବାକୁ ଯାଉଛନ୍ତି ଏମ କେ ଷ୍ଟାଲିନ୍ । କ୍ଷମତାରେ ଥିବା ଏଆଇଏଡିଏମ୍‌କେ ମେଣ୍ଟକୁ ମାତ୍ର ୭୭ ଆସନ ମିଳିଛି । କମଲ ହାସନଙ୍କ ଦଳ ଏମ୍‌ଏନ୍‌ଏମ୍‌କୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

Leave a Reply