spot_img

Latest Posts

ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଛନ୍ତି । ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଡ. ଗାୟତ୍ରୀବାଳାଙ୍କୁ ପଣ୍ଡାଙ୍କୁ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଜଣାଶୁଣା ଲେଖକ ହୋଇଥିବାବେଳେ ଓଡିଶା ପାଇଁ ଗାୟତ୍ରୀଙ୍କ ସମ୍ମାନ ଗର୍ବ ଓ ଗୌରବ ଆଣିଛି ।  ଏହା ତାଙ୍କ କ୍ୟାରିଅରରେ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଗାୟତ୍ରୀବାଳାଙ୍କ ସ୍ବାମୀ ତଥା ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ତାଙ୍କ ପୁଅ ମନୀତ ମଙ୍ଗରାଜ ଉପସ୍ଥିତ ଥିଲେ । ଗୁରୁବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । କବିତା ସଂକଳନ ଦୟାନଦୀ ପାଇଁ ଏହି ପୁରସ୍କାର ପାଇବେ ଡ. ଗାୟତ୍ରୀବାଳା ପଣ୍ଡା ।

ଉଲ୍ଲେଖଯୋଗ୍ୟ, ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟ ଜଗତକୁ କରିଛନ୍ତି ସମୃଦ୍ଧ । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କର ଅନେକ କବିତା ଓ ଗଳ୍ପ ସଂକଳନ । ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା ।

 

 

Latest Posts

Don't Miss