ସାଣ୍ଟ ମିସାଇଲର ସଫଳ ପରୀକ୍ଷଣ ଲାଗି ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ସଫଳ ଉତକ୍ଷେପଣ ଲାଗି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ ଯୋଗେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Congratulate @DRDO_India on the successful test-firing of Stand-off Anti-Tank (SANT) Missile off the coast of #Odisha.
— Naveen Patnaik (@Naveen_Odisha) October 20, 2020
ସୂଚନା ଯୋଗ୍ୟ ଯେ, ଓଡ଼ିଶ ସମୁଦ୍ର ଉପକୂଳରୁ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ଉତକ୍ଷେପଣ କରାଯାଇଥିଲା । ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ୍ କରିଛି ସାଣ୍ଟ । ଏହାକୁ ଯୁଦ୍ଧବିମାନରୁ ଉତକ୍ଷେପଣ କରାଯିବା ପରେ ଲକ୍ଷ୍ୟଭେଦ କରିଥିଲା । ସାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟ ରହିଥିବା ବେଳେ ଏହାର ଓଜନ ୪୩ କିଲୋଗ୍ରାମ । ୧.୮୫ ମିଟର ଲମ୍ବର ସାଣ୍ଟରେ ୮ କେଜି ପର୍ଯ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।
ଏହା ପୂର୍ବରୁ ୨୦୧୮ ମସିହାରେ ପୋଖରଣରେ ହେଲିନା ସାଣ୍ଟ ମିସାଇଲର ଉତକ୍ଷେପଣ କରାଯାଇଥିଲା । ଭାରତୀୟ ବାୟୁ ସେନା ଓ ଡିଆରଡିଓର ମିଳିତ ଉତକ୍ଷେପଣ ସଫଳ ହୋଇଥିଲା ।