ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୀତାଙ୍କୁ ବିପୁଳ ବିଜୟ ପାଇଁ ଜଣାଇଛନ୍ତି ଶୁଭେଚ୍ଛା । ଚଳିତଥର ୯୭ ହଜାରରୁ ଅଧିକ ରେକର୍ଡ ମାର୍ଜିନରେ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରୀତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ଏଥର ନିର୍ବାଚନରେ ୧,୩୫,୯୪୯ ଖଣ୍ଡ ଭୋଟ୍ ପାଇଛନ୍ତି । ୨୦୧୮ ଉପ ନିର୍ବାଚନରେ ବିଜେଡି ବରଗଡ଼ର ବିଜେପୁର ଆସନ ଦଖଲ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୫୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ')}

Leave a Reply