ନବ ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶୋକବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପରଲୋକକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ  । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନବ ଦାସଙ୍କ ନିଧନରେ ହତବାକ ଓ  ଦୁଃଖିତ  । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ମାନେ ସମସ୍ତ ବ୍ୟବସ୍ଥା କରିଥିଲେ  । କିନ୍ତୁ ଦୁର୍ଭାଗ୍ୟବଶତଃ ବଞ୍ଚାଇ ପାରିଲେନି  । ସେ ସରକାର ଓ ଦଳ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ଥିଲେ  ।

ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସାଧାରଣ ଲୋକଙ୍କ ପାଇଁ ସେ ଅନେକ କିଛି ଉଦ୍ୟମ କରିଥିଲେ  । ଜଣେ ନେତା ଭାବେ ସେ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଥିଲେ  । ସେ ଥିଲେ ତୃଣମୂଳ ସ୍ତରର ନେତା  । ଦଳଗତ ଭାବେ ତାଙ୍କୁ ସମସ୍ତ ଭଲ ପାଉଥିଲେ  । ଓଡ଼ିଶା ପାଇଁ ନବ ଦାସଙ୍କ ମୃତ୍ୟୁ ଏକ ବିରାଟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।