spot_img

Latest Posts

ସଚ୍ଚା ରାଷ୍ଟ୍ରନାୟକର ପରିଚୟ ଦେଲେ ନବୀନ, ଆସାମର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ରାଜ୍ଯବାସୀ ଆଗ ନା ରାଜନୀତି ଆଗ। ଏ ପ୍ରଶ୍ନର ଉତ୍ତର ଆଜି ଆପଣମାନଙ୍କୁ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଣିଥରେ ସେ ଜଣେ ସଚ୍ଚା ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି। ବାତ୍ଯା ରେମାଲର ପ୍ରଭାବରେ ଆସାମ ଉବୁଟୁବୁ ହେଉଛି। ବର୍ଷା ଓ ବନ୍ଯା ସ୍ଥିତି ଯୋଗୁଁ ସେଠାକାର ଧନ ଜୀବନ ହାନି ହୋଇଛି। ପ୍ରାକୃତିକ ବିପର୍ଯ୍ଯୟ ସହ ଲଢୁଛନ୍ତି ଆସାମବାସୀ।

ଏହି ସମୟରେ ରାଜନୀତିକୁ ପଛରେ ଛାଡି ଆମ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆସାମ ସହ ଛିଡ଼ା ହୋଇଛନ୍ତି। ତାଙ୍କୁ ଧୈର୍ଯ୍ଯ ଦେଇଛନ୍ତି। ଆସାମର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏପରିକି ସେ ନିଜ ତରଫରୁ ସବୁ ପ୍ରକାରର ସାହାଯ୍ଯ କରିବାକୁ ସହଯୋଗର ହାତ ବଢାଇଛନ୍ତି । ଟ୍ବିଟ କରି ସମବେଦନା ଜଣାଇଛନ୍ତି ନବୀନ  ।

ସେପଟେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ ରାଜ୍ଯବାସୀଙ୍କ ପାଇଁ ବେଫିକର। ଦୁର୍ଦ୍ଦଶାରେ ଲୋକେ ଜୁଝି ହେଉଥିବା ବେଳେ ଓଡ଼ିଶା ଆସି ନିର୍ବାଚନୀ ପ୍ରଚାରରେ ମାତିଛନ୍ତି ହିମନ୍ତ। କେବଳ ସେତିକି ନୁହେଁ ନବୀନଙ୍କ ପ୍ରତି ସେ ଅଶାଳୀନ ମନ୍ତବ୍ଯ ବି ଦେଇଛନ୍ତି। ହେଲେ ନବୀନ କିନ୍ତୁ ବଡ ଦିଲ ବାଲା। କିଏ କଣ କହିଲା ସେଥିପାଇଁ ତାଙ୍କ ଧ୍ଯାନ ନାହିଁ। ଆସାମର ବର୍ଷା ବନ୍ଯା ସ୍ଥିତିରେ ଉଦବେଗ ପ୍ରକାଶ କରିବା ସହ ସହଯୋଗ ପାଇଁ ଆଗେଇ ଆସିଛନ୍ତି।

ନବୀନଙ୍କ ଏଭଳି ଆଭିମୁଖ୍ଯ ହିଁ ବୟାନ କରୁଛି ଜଣେ ଜନନାୟକଙ୍କ ଦେଶ ଓ ରାଜ୍ଯ ପାଇଁ ଦାୟିତ୍ବର କଥା। ଏବେ ନିର୍ବାଚନ ଚାଲିଛି। ଭୋଟ୍ ପାଇଁ କିଏ କେଉଁ ସ୍ତରକୁ ଯାଇ ଆକ୍ଷେପ କରୁଛି। ହେଲେ ନବୀନ କିନ୍ତୁ ଏସବୁକୁ ଭୃକ୍ଷେପ କରନ୍ତି ନାହିଁ। ତାଙ୍କର ସିଙ୍ଗଲ୍ ପଏଣ୍ଟ ଏଜେଣ୍ଡା-ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବେ, ରାଜନୀତି ପଛ ରାଜ୍ଯବାସୀ ଆଗ ନ୍ଯାୟରେ ସେ ଆଗେଇ ଆସିବେ। ଆସାମବାସୀଙ୍କ ଦୁର୍ଦ୍ଦଶାରେ ସେମାନଙ୍କ ଛିଡ଼ା ହେବା ନବୀନଙ୍କ ରାଷ୍ଟ୍ରନାୟକର ଛବିକୁ ଆହୁରି ଉଜ୍ଜ୍ବଳ କରିଛି ।

Latest Posts

Don't Miss