spot_img

Latest Posts

୭୦୮ଟଙ୍କା ଦେଇ ନିଜ ପାଇଁ ଟିକେଟ୍‌ କିଣିଲେ ନବୀନ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ -ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ। ଏହି ମ୍ୟାଚ ପାଇଁ ଅଫ୍‌ ଲାଇନରେ ଆସନ୍ତା ୧୯ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି।

ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ନିଜ ପାଇଁ ଗୋଟିଏ ଟିକେଟ୍ କିଣିଛନ୍ତି। ଓସିଏ କର୍ତ୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ୧୦୦୦ ଟଙ୍କା ଦେଇଥିବା ବେଳେ ଟିକେଟ୍ ବାବଦେ ୭୦୮ ଟଙ୍କା ରଖି ୨୯୨ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଟିକେଟ୍ ଓସିଏ କର୍ତ୍ତୁପକ୍ଷଙ୍କ ଠାରୁ କିଣିଥିଲେ। ଏହି ଅବସରରେ ଓସିଏ ସଭାପତି ପଙ୍କଜ ମହାନ୍ତି, ବାରବାଟୀ ମ୍ୟାଚ ଅର୍ଗାନାଇଜିଂ କମିଟି ଚେୟାରମ୍ୟାନ୍‌ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

 

Latest Posts

Don't Miss