କରୋନା ମୁକାବିଲା ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

1 min read

ଭୁବନେଶ୍ୱର: ଶତାବ୍ଦୀର ବଡ଼ ଆହ୍ୱାନ କରୋନା । ଯାହାକୁ ନେଇ ୪୫ ଦିନ ହେଲା ବିଚଳିତ ସାରା ବିଶ୍ୱ । କରୋନା ଭାଇରସ୍ ଧନୀ, ଗରିବ ସବୁ ଦେଶକୁ ପ୍ରଭାବିତ କରିଛି । ଏପରିକି ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ, କାନାଡ଼ା ରାଷ୍ଟ୍ରପତିଙ୍କ ପରିବାର, ଆମେରିକା ସିନେଟର, ଇରାନ୍ କ୍ୟାବିନେଟର ଅଧିକାଂଶ ସଦସ୍ୟ, ପ୍ରମୁଖ ସିନେ ଅଭିନେତା, ଖେଳାଳି ମଧ୍ୟ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଜରୁରୀ ହୋଇପଡ଼ିଛି । ଜନ ସାଧାରଣ, ସରକାର ସମସ୍ତେ ଏକାଠି ହୋଇ କାମ କରିବା ଦରକାର । ଭ୍ୟାକ୍ସିନ୍ କିମ୍ବା ଚିକିତ୍ସା ନୁହେଁ ବରଂ ବ୍ୟାପକ ସଚେତନତା ଓ ଦାୟିତ୍ୱବୋଧ ହିଁ ଆମକୁ କରୋନା ଭଳି ମହାମାରୀ ସହ ଲଢ଼େଇ କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରମାନେ କରୋନା ମୁକାବିଲା ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅନ୍ୟାନ ସାମଗ୍ରୀ କ୍ରୟ କରିବାକୁ କ୍ଷମତା ଦିଆଯାଇଛି । ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଏକତ୍ରୀକରଣ, ଜନସମାବେଶ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗଠନ ହୋଇଛି ଏକ ମନ୍ତ୍ରୀସ୍ତରୀୟ କମିଟି ଏବଂ ଏକ ସଚିବ ସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି କରୋନା ସଂକ୍ରମଣ ଏବଂ ଏହାର ନିରାକରଣ ଉପରେ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ କୋଭିଡ-୧୯ ଓଡ଼ିଶା ରେଗୁଲେସନ ୨୦୨୦କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କରୋନା ମୁକାବିଲା ଏବଂ ସ୍ୱାସ୍ଥ୍ୟ ସେବାରେ ଆବଶ୍ୟକ ଭିତ୍ତିଭୂମି ବୃଦ୍ଧି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କରୋନା ଆତଙ୍କ ପରେ କଣ କରାଯିବା ଉଚିତ ଏବଂ କଣ କରାଯିବା ଉଚିତ ନୁହେଁ ତାହା ଚୀନ, ସିଙ୍ଗାପୁର ଏବଂ ଇଟାଲୀ ଆମକୁ ଶିଖାଇଦେଇଛନ୍ତି । ତେଣୁ ସାଢେ ଚାରି କୋଟି ଓଡ଼ିଆ ଏହି ମହାମାରୀର ମୁକାବିଲା ପାଇଁ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଆମ ନିଜର ସୁରକ୍ଷା ଏବଂ ଆମ ପରିବାର ସୁରକ୍ଷା  ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ, ପରୀକ୍ଷା ପୂର୍ବପରି ଚାଲୁ ରହିବ ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ଆଲୋଚନାଚକ୍ର, କର୍ମଶାଳା ପରି କୌଣସି ଅଣ ସରକାରୀ ସମାବେଶ ହେବନାହିଁ । ବାହାଘର, ଭୋଜି ଭଳି ସମାଜିକ ଏକତ୍ରୀକରଣକୁ ନିୟନ୍ତ୍ରିତ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସିନେମା ହଲ, ସୁଇମିଂ ପୁଲ୍ ଓ ଜିମ ଆଦି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସାମାଜିକ ଏକତ୍ରୀକରଣକୁ ନିୟନ୍ତ୍ରିତ କରି ଏହାର ମୁକାବିଲା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ନିୟମିତ ଭାବେ ହାତ ଧୋଇବା ଏବଂ ସୁରକ୍ଷା ନିୟମାବଳୀକୁ ମାନିବାକୁ ପରାମର୍ଶ ଦେଇଛନ୍ତି ।

ଏବେ ଯାଏଁ ୧୦୬ ଜଣଙ୍କ ମୃତ୍ୟୁ; ସାମାନ୍ୟ ଥଣ୍ଡା ନା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ

Leave a Reply