ଆଜାଦି କା ଅମୃତ ମହୋତ୍ସବରେ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ରଖିଲେ ନବୀନ

ନୂଆଦିଲ୍ଲୀ: ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜାଦି କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୫ତମ ସ୍ୱାଧିନତା ଅବସରରେ ଦେଶରେ ପାଳନ କରାଯାଉଛି ଆଜାଦି କା ଅମୃତ ମହୋତ୍ସବ । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସ୍ୱାଧୀନତାରେ ଓଡିଶାର ଭୁମିକା କଥା ଉଲ୍ଲେଖ କରିଥିଲେ । ଓଡିଆ ସ୍ୱାଧିନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ସମ୍ପର୍କରେ କହିଥିଲେ ।

ଆଜାଦି କା ଅମୃତ ଉତ୍ସବ ପାଇଁ ଓଡିଶାର ଏକ ବ୍ଲୁ ପ୍ରିଣ୍ଟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାଧିନତାରେ ଅବଦାନ କଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏତିସହିତ ଅହିଁସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରାଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ଫୋକସ ଷ୍ଟେଟର ମାନ୍ୟତା, କୃଷି, ସ୍ବାସ୍ଥ୍ୟ ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଛି । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦୁଇ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ପାଖରେ ଏହି ଦାବି କରିଆସୁଛି ଓଡ଼ିଶା ।

ହେଲେ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଅଣଦେଖା କରିଚାଲିଛି । ଆସନ୍ତା କାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଏହି ଦାବିକୁ ପୁଣି ଥରେ ଦୋହରାଇବେ ମୁଖ୍ୟମନ୍ତ୍ରୀ । କୃଷି , ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ରାଜ୍ୟ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବେ ।