ଦୂର ହେବ ଦୁଃଖ, ମୁଖ୍ୟମନ୍ତ୍ରୀ ଦେବେ ଭେଟି

ଲମତାପୁଟ/ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟର ବ୍ଲକର ୫ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତବାସୀଙ୍କୁ କୋଲାବ ନଦୀ ବ୍ରିଜ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନର ସମସ୍ୟା ଦୂର ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କୁ ଖୁସି କହିଲେ ନସରେ । ପଞ୍ଚାୟତବାସୀଙ୍କ ପାଇଁ ବାଧକ ଥିଲା କୋଲାବ ନଦୀ । ଜୀବନ ଜୀବିକା ପାଇଁ ପ୍ରତିଦିନ ଏମାନଙ୍କୁ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେବାକୁ ପଡୁଥିଲା । ନଦୀ ଉପରେ ଏବେ ହାଇ ଲେବଲ ବ୍ରିଜ୍ ନିର୍ଣାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ବୁଝିଛନ୍ତି ନବୀନ । ତିଆରି ହେବ ଲମତାପୁଟ କୋଲାବ ନଦୀ ବ୍ରିଜ । ୫ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତ ପାଲଟିବ ଲାଇଫ ଲାଇନ୍ । ଲମତାପୁର ବ୍ଲକର ମୁଖ୍ୟତଃ କୁମାରଗଞ୍ଜନା, ବନମାଳିପୁଟ, ଓମବେଲ ଓ ଟିକରପଡା ପଞ୍ଚାୟତର ଲୋକଙ୍କ ଦୁଖଃ ଥିଲା କୋଲାବ ନଦୀ । ଏହି ସମସ୍ତ ପଞ୍ଚାୟତରେ ପ୍ରାୟ ୨୦ ହଜାର ଲୋକେ ବସବାସ କରନ୍ତି । ହେଲେ  ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ନଦୀ ଦେଇ ଦେଶୀ ଡଙ୍ଗାରେ ଯାତାୟତ କରନ୍ତି ଅଞ୍ଚଳବାସୀ । ବର୍ଷା ଦିନେ ଏହି ଦୁଃଖ ଦ୍ବିଗୁଣିତ ହୋଇଯାଏ । ସାପ୍ତହିକ ହାଟ ପାଇଁ ନଦୀ ପାର ନକଲେ ନଚଳେ । ଫଳରେ ନଦୀ ଉପରେ ଏକ ପୋଲ ନିର୍ଣାଣ ପାଇଁ ବହୁବାର ଦାବି କରିଆସୁଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

ଗତ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ସେପଟେ ବ୍ରିଜ୍ ନିର୍ମାଣ ପାଇଁ ୫୬ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୯୦୦ ମିଟର ଦୀର୍ଘ ବ୍ରିଜ୍ ସାଙ୍ଗକୁ ଆପ୍ରୋଚ ରୋଡ ଆଉ ୯୦୦ ମିଟର କରାଯିବା ନେଇ ସୂଚନା ଦେଇଛନ୍ତି ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ।

ବ୍ରିଜ୍ ନିର୍ମାଣ ହେଲେ ଏହି ବିଛିନ୍ନାଞ୍ଚଳର ଜଳବନ୍ଦୀ ଗ୍ରାମଗୁଡିକୁ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ପାଇଁ ବେଶ ସୁବିଧା ହୋଇପାରିବ ।

Leave a Reply