ଗଜପତିର ୨ ନେତାଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ବ, କନ୍ଧମାଳର କର୍ଣ୍ଣ ଜିଲ୍ଲା ସଭାପତି

1 min read

ଭୁବନେଶ୍ବର: ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି । ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି  । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି ଦଳୀୟ ନିର୍ଦ୍ଦେଶନାମା  । ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ  । ଗଜପତି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ନିଯୁକ୍ତି ମିଳିଛି  ।

 

ଏହାଛଡା ୧୩ ଜଣଙ୍କୁ ଉପସଭାପତି, ୧୨ ସାଧାରଣ ସଂପାଦକ ,୧୩ ସଂପାଦକ ଓ ୧୫ଯୁଗ୍ମ ସଂପାଦକଙ୍କୁ ଓ ଜଣେ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ମ୍ୟୁନସିପାଲଟି ସହ କାଶୀନଗର NAC ଏବଂ ୭ ବ୍ଲକର ନୂଆ ସଭାପତି ନିଯୁକ୍ତି ଦିଆଯାଇଛି  ।

ସେହିପରି କନ୍ଧମାଳ ଜିଲ୍ଲା ବିଜେଡି କମିଟିରେ ଜିଲ୍ଲା ସଭାପତି ଭାବେ ସରୋଜ କର୍ଣ୍ଣଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି । ଜିଲ୍ଲା କମିଟିରେ ୭ ଉପସଭାପତି ଓ ୧୭ ସାଧାରଣ ସଂପାଦକ, ୧୯ସଂପାଦକ ଓ ୧୫ଯୁଗ୍ମ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ସହ ଡିଜିଟାଲ ଓ ମିଡିଆ ପାଇଁ ସାଧାରଣ ସମ୍ପାଦକ ଓ ସମ୍ପାଦକ ନିଯୁକ୍ତ ହୋଇଛନ୍ତି  । ଜିଲ୍ଲାର ମ୍ୟୁନସିପାଲଟି, ବ୍ଲକ ଓ ଏନଏସି ପାଇଁ ମଧ୍ୟ ନୂତନ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ।