କାମାକ୍ଷାନଗର ଦୁର୍ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

Changes In Author Manoj Das International Award Norms

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଥରଖମ୍ବ ଛକ ନିକଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା । ପ୍ରତି ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କାମାକ୍ଷାନଗର ବିଧାୟକ ତଥା ଖଣି ,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଏଥିସହିତ ଢେଙ୍କାନାଳ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ ।

ଗତ ମାସ ୨୮ ତାରିଖରେ ଯାତ୍ରୀବାହି ଅଟୋକୁ କୋଇଲା ବୁଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଜିରାଳଠାରେ କାର ଧକ୍କାରେ ପ୍ରାଣ ହରାଇଥିବା ଦୁଇ ଜଣ ମୃତକଙ୍କ ପରିବାରକୁ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।