ନୂଆରୂପ ପାଇବ ଛତ୍ରପୁର, ମଞ୍ଚରେ ଏକ ହଜାର କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଗଞ୍ଜାମ: ଛତ୍ରପୁରରେ ନବୀନ ଶୋ’  । କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିକାଟୁ ପରେ ଛତ୍ରପୁର ସଭାରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ  । ମା ତାରାତାରିଣୀଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ ଭାଷଣ  । କହିଥିଲେ ଛତ୍ରପୁର ଆସି ମୁଁ ବହୁତ ଖୁସି  । ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ବିଭିନ୍ନ ପ୍ରକଳ୍ପ  କାର୍ଯ୍ୟ କରିବା ପାଇଁ ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଗଞ୍ଜାମ ଜିଲ୍ଲାର ୨୦ ହଜାର ବ୍ୟକ୍ତିଙ୍କୁ ଜମି ପଟ୍ଟା ମିଳିଛି  । ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ  । ମିଶନ ଶକ୍ତି ମହିଳା ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି  । ମାଆ ମାନଙ୍କୁ ରାଜ୍ୟରେ ଶସକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ  । ଚାଷୀ ଭାଇ ମାନଙ୍କୁ ବିନା ସୁଦ୍ଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର  ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟବାସୀ ହେଉଛନ୍ତି ଉପକୃତ  । 5T ମାଧ୍ୟମରେ ହଜାର ହଜାର ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ ଆଗେଇ ଚାଲିଛି  । ଆଗକୁ ମଧ୍ୟ ସମଗ୍ର ଜିଲ୍ଲାରେ ବିଦ୍ୟାଳୟ ନୂଆ ରୂପ ପାଇବ  । ମୁଖ୍ୟମନ୍ତ୍ରୀ ଛତ୍ରପୁରକୁ ଆସିଥିବାରୁ ଛତ୍ରପୁରବାସୀ ବେସ ଆନନ୍ଦ ପ୍ରକଟ କରିଛନ୍ତି  । ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବର୍ଷା କରିଥିଲେ  ।