ସ୍ୱାଧୀନତା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ସର୍ବଶ୍ରେଷ୍ଠ ରାଜ୍ୟଭାବେ ଗଢ଼ିତୋଳିବାକୁ ଆହ୍ୱାନ
1 min readଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ରାଜ୍ୟବାସୀଙ୍କୁ ଏ ଅବସରରେ ଶୁଭେଚ୍ଛା ଜଣାଇବା ସହ ଆମ ରାଜ୍ୟ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିବା ନେଇ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।
On the auspicious occasion on 75th #IndependenceDay, Hon'ble Governor wishes everyone and exhorts all to take a pledge to make our state #Odisha one of the best in #India.#JaiHind #IndependenceDayIndia pic.twitter.com/eWHD84t7cx
— Governor Odisha (@GovernorOdisha) August 15, 2021
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଏକ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
#ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଆସନ୍ତୁ ଏକ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। #IndependenceDay #ସ୍ୱାଧୀନତାଦିବସ pic.twitter.com/GQGg7FMCbQ
— Naveen Patnaik (@Naveen_Odisha) August 15, 2021
https://www.youtube.com/watch?v=7wonpuHCQeI
— Manas Mangaraj (@manasrmangaraj) August 15, 2021