ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ
1 min readଭୁବନେଶ୍ୱର: ଘରୋଇ ଟିଭି ଚ୍ୟାନେଲ ଓଟିଭିର ସାମ୍ୱାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାମ୍ୱାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତିି କାମନା କରିବା ସହ ସମସ୍ତ ଆହାତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) September 24, 2021
ସେହିଭଳି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ସାଂଗଠନିକ) ପ୍ରଣବ ପ୍ରକାଶ ଦାସ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଘଟଣା ତାଙ୍କୁ ମର୍ମହାତ କରିଥିବା ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ପ୍ରଣବ ପ୍ରକାଶ । ସାମ୍ୱାଦିକ ଜଗତରେ ସେ ସର୍ବଦା ପ୍ରେରଣା ହୋଇ ରହିବେ ବୋଲି ସେ କହିଛନ୍ତି । ଏଥିସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ଦାସ ।
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଓଡ଼ିଶାର ସାମ୍ବାଦିକତା ଜଗତରେ ସେ ସର୍ବଦା ପ୍ରେରଣା ହୋଇ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ଓଁ ଶାନ୍ତି।
— Pranab Prakash Das (@pranabpdas) September 24, 2021
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଅରନ୍ଦମଙ୍କ ବିୟୋଗ ତାଙ୍କୁ ଗଭୀର ଭାବେ ମର୍ମାହାତ କରିଥିବା ସହ ଏହା ସାମ୍ୱାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି । ଏଥିସହିତ ଅନ୍ୟ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Manas Mangaraj (@manasrmangaraj) September 24, 2021
ସୂଚନା ଯୋଗ୍ୟ ଯେ, ହାତୀ ଉଦ୍ଧାର ପାଇଁ ଯାଇଥିବା ବୋଟ୍ରେ ସାମ୍ୱାଦିକ ଅରିନ୍ଦମ ଓ କ୍ୟାମେରା ମ୍ୟାନ୍ ଯାଇଥିଲେ । ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିଗଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।
ଦୁଃଖିତ ଓ ମର୍ମାହତ ???
ଶବ୍ଦ ନାହିଁ ଲେଖିବା ପାଇଁ…
ଅମର ଆତ୍ମାର ସଦ୍ଗତି କାମନା କରୁଛି. pic.twitter.com/V2KsJHloDL— Samir Ranjan Dash (@samirdash01) September 24, 2021
ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।
I'm deeply pained at passing away of senior journalist Shri. Arindam Das. A warm & vibrant person, his quiet smile & endearing personality always touched me. It's a massive loss for journalism in Odisha. My deepest condolences to his bereaved family. May his soul rest in peace. pic.twitter.com/4Q8jJb7C1H
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) September 24, 2021