ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ: ରାଜ୍ୟ ଏବେ ଭଲ ସ୍ଥିତିରେ, ନିୟମ ନମାନିଲେ ଲକଡାଉନ୍

ଭୁବନେଶ୍ୱର:  ଉଦବୋଧନ କରି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ  । ରାଜ୍ୟରେ କୋଭିଡ ସ୍ଥିତି ଭଲ ରହିଛି  । ଏବେ ସଂକ୍ରମଣ କମିଛି କିନ୍ତୁ ବିପଦ ଯାଇନି  । ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରଙ୍କ ପାଇଁ ରାଜ୍ୟରେ ସଂକ୍ରମଣ କମିଛି  । ରାଜଧାନୀ ଭୁବନେଶ୍ୱର ମଧ୍ୟ ଅନ୍ୟ ରାଜ୍ୟର ସହର ମାନଙ୍କ ଠାରୁ ଖୁବ ଭଲ ସ୍ଥିତିରେ ଅଛି  । ତେଣୁ ଏପରି ପରିସ୍ଥିତିକୁ ଉଲ୍ଲେଖ କରି ରାଜ୍ୟ ସରକାର ଜୀବନ ଏବଂ ଜୀବୀକାକୁ ପ୍ରାଧାନ୍ୟ ଦେଇଛନ୍ତି  । ସରକାର ସାଧାରଣ ଲୋକଙ୍କ ପେଟ ପାଟଣା କଥା ଚିନ୍ତା କରିଛନ୍ତି  । ଯେଉଁଥିପାଇଁ ସରକାର ଅନେକ କଟକଣାକୁ ହ୍ରାସ କରିଛନ୍ତି  ।  ଆଜି ରାଜ୍ୟ ଅନଲକ ଆଡକୁ ଗତି କରୁଛି କିନ୍ତୁ ଆମକୁ କଟକଣା ଅନୁପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ ରାଜ୍ୟବାସୀ ଚେତାଇ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ କଟକଣାରେ ଖିଲାପ ହୁଏ  । ଅବା ଜନସାଧାରଣ  କୋଭିଡ ନିୟମ ନମାନନ୍ତି, ତେବେ ପୁନର୍ବାର ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ବାଧ୍ୟ ହେବେ   । ତେଣୁ ବର୍ତ୍ତମାନ ସମୟରେ  ଜୀବୀକାକୁ ନଜରରେ ରଖି ଜୀବନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ  । ଅର୍ଥାତ ବର୍ତ୍ତମାନ ସ୍ଥିତିରେ ଅନେକ ରାଜ୍ୟରେ ତୃତୀୟ ଲହର ପ୍ରବାହ ଆରମ୍ଭ କଲାଣି  । ଆଗାମୀ ଦିନରେ ପୁଣି ସ୍ଥିତି ବିଗିଡ଼ିବା ନେଇ ବିଶେଷଜ୍ଞ ଆକଳନ କଲେଣି । ତେଣୁ ବେଳ ଥାଉ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି  ମୁଖ୍ୟମନ୍ତ୍ରୀ  ।

ବିଶ୍ୱର ଅନେକ ଦେଶରେ କୋଭିଡ ସଂକ୍ରମଣର ତୃତୀୟ ଲହର ଆସିବା ଆରମ୍ଭ କଲାଣି  । ବର୍ତ୍ତମାନ ବିଶେଷଜ୍ଞ ମାନେ ଏନେଇ ମତପ୍ରକାଶ କଲେଣି  । କିନ୍ତୁ ଓଡିଶା ସରକାର କଟକଣା କୋହଳ କରିବା ମାତ୍ରେ ଅନେକ ହାଟ ବଜାରରେ କୋଭିଡ ନିୟମ ଅନୁପାଳନ ହେଉନଥିବା ଦେଖିବାକୁ ମିଳିଛି  । ଭିଡ଼ ପରିଲିଖିତ ହେଉଛି, ଯାହା ବିପଦ ବଢାଇବାର ମୁଖ୍ୟ କାରକ ହେବ  । ତେବେ ଆମକୁ ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ଏବେ ମଧ୍ୟ ରହିଛି  । ସର୍ବଦା କୋଭିଡ କଟକଣାକୁ ମାନିବାର ଆବଶ୍ୟକତା ରହିଛି  । ଯଦି ରାଜ୍ୟବାସୀ ଅମାନିଆ ହେବେ ତେବେ ସରକାର ବାଧ୍ୟ ହୋଇ ପୁନର୍ବାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଜାରି କରିବେ  ବୋଲି ସତର୍କବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଦ୍ୱିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।

ଦ୍ୱିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’

Leave a Reply