ନବବର୍ଷରେ କାଳିଆର କରୁଣା ଭିକ୍ଷା କଲେ ନବୀନ

ଭୁବନେଶ୍ୱର: କାଳିଆ ପାଖରେ କରୁଣା ଭିକ୍ଷା  ।  ନୂଆ ବର୍ଷରେ ମହାବାହୁଙ୍କୁ ଆଶିଷ ମାଗିଲେ ମୁଖ୍ୟମନ୍ତ୍ରୀ  ।  ନବୀନ ନିବାସରେ ବିଶ୍ୱନିୟନ୍ତାଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ  । ନୂଆବର୍ଷରେ ଜଗତର ନାଥ ଜଗନ୍ନାଥଙ୍କୁ ଆଶିଷ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ।

ନବୀନ ନିବାସରେ ଥିବା ଶ୍ରୀଜଗନ୍ନାଥଙ୍କ ଫଟୋ ପାଖରେ ଭକ୍ତିପୂତ ପ୍ରଣାମ ଜଣାଇବା ସହ ରାଜ୍ୟ ପାଇଁ ମଙ୍ଗଳ କାମନା କରିଛନ୍ତି ନବୀନ। ମହାପ୍ରଭୁ ଶ୍ରୀଜଗନ୍ନାଥ କରୋନା ମହାମାରୀରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ନବୀନ ଅତି ନିରାଡ଼ମ୍ବର ଭାବେ ନୂଆ ବର୍ଷ ଆରମ୍ଭ କରିଛନ୍ତି । ନୂଆବର୍ଷରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଶ୍ରୀଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି ନବୀନ ।

Leave a Reply