୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

1 min read

ଭୁବନେଶ୍ୱର: କ୍ରୀଡ଼ାବିତ୍‌ଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 5-ଟି ସଚିବ ଭି. କେ ପାଣ୍ଡିଆନ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଶୁଭାରମ୍ଭ ହୋଇଛି । ଅନୁଗୁଳ ସୁଇମିଂ ପୁଲ୍‌, ବାରିପଦା ସୁଇମିଂ ପୁଲ୍‌, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇନଡୋର ଷ୍ଟାଡିୟମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ ।

ସମସ୍ତ ଇନଡୋର ଷ୍ଟାଡିୟମ ୨୦୨୨-୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।  ଏସବୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାର ଉତ୍ତୋଳନ ବ୍ୟବସ୍ଥା ରହିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ସାହାରା ପାଲଟିବ ଏସବୁ ଇନଡୋର ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Leave a Reply