ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ
1 min readଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ବୋଲି ବିବେଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ, କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ପୋର୍ଟସ ହବ୍ ପାଲଟିଛି ଓଡ଼ିଶା । କ୍ରୀଡା କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡ଼େଲ ପାଲଟିଛି ଓଡ଼ିଶା । ଓଡ଼ିଶାକୁ ଦି ହିନ୍ଦୁ ଗ୍ରୁପର ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର । ପୁରସ୍କାରକୁ ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ ସମର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ କୀର୍ତ୍ତିମାନ ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ଗାଇଡ୍ କଲେ ସେମାନେ ବହୁ ଆଗକୁ ଯାଇପାରିବେ ।
ଓଡ଼ିଶା ଜାତୀୟ/ଅନ୍ତର୍ଜାତୀୟସ୍ତରରେ ବହୁତ ନାଁ କମାଇଲାଣି । ସୁନ୍ଦରଗଡ଼ରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହରେ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୪ ଜଣ ବିଚାରକ ଯଥା କ୍ରିକେଟ କସୁନିଲ ଗାଭାସ୍କର, ଚେସ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ । ତେବେ ଓଡ଼ିଶା ଖୁବ୍ଶୀଘ୍ର ଏବଂ ଅତି ସହଜରେ କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ଅନ୍ୟ ଅତିଥିମାନେ କହିଥିଲେ । ଏଥିପାଇଁ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଥିବା କହିଛନ୍ତି ଅତିଥି ।
CM @Naveen_Odisha attends the Sportstar Aces Award Ceremony. https://t.co/0ittOGRosA
— CMO Odisha (@CMO_Odisha) March 28, 2021