spot_img

Latest Posts

ବେଙ୍ଗାଲୁରୁରେ ନିବେଶକମାନଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ବେଙ୍ଗାଲୁରୁ: ମେକ ଇନ ଓଡ଼ିଶା ରୋଡ ଶୋ’ରେ ନିବେଶକମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆଜି ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ସହ ଓ୍ବାନଟୁ ଓ୍ବାନ ଆଲୋଚନା କରିଛନ୍ତି । ସେହିଭଳି ଗୋଲଡେନ ହ୍ୟାଚେରୀର ପରିଚାଳନା ନିର୍ଦ୍ଦେଶକ ସୟେଦ ଫହାଦ, 91-ସ୍ପ୍ରିଙ୍ଗବୋର୍ଡର ସହପ୍ରତିଷ୍ଠାତା ଭରୁଣ ଚାୱଲା ଓ ପ୍ରନୟ ଗୁପ୍ତା, ଡୋଡିଆ ଡାଏରୀର ନିର୍ଦ୍ଦେଶକ ଏଏମଏସ୍ ରେଡ୍ଡୀ, ନେଷ୍ଟଆୱେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମର୍ଲିନହକ ଏରୋସ୍ପେସ ଲିମିଟେଡର ନିର୍ଦ୍ଦେଶକ ଜାବି ଯୋଶେଫ ଆଣ୍ଡ୍ରୋଥଙ୍କ ଭଳି ପ୍ରତିଷ୍ଠିତ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆଇବିଏମ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ-ଜିଇ ହେଲଥକେୟାରର ପରିଚାଳନା ନିର୍ଦ୍ଦେଶକ ଶ୍ରବନ ସୁବ୍ରମନ୍ୟମ, ଏବିବି ଲିମିଟେଡର ଚିଫ୍ ଫାଇନାନ୍ସ ଅଫିସର ଟିକେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜର ଚିଫ୍ ଫାଇନାନ୍ସ ଅଫିସର ସରନ୍ୟାନ ପି., ଇଣ୍ଡୋ ନିଶାନ ଫୁଡସ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମା, ଓ୍ବଣ୍ଡ୍ରେଲାର ପରିଚାଳନା ନିର୍ଦ୍ଦେଶକ ଅରୁଣ ଚିତ୍ତାପଲ୍ଲୀ, କଟନ ଓ୍ବାର୍ଲ୍ଡର ପ୍ରତିଷ୍ଠାତା ବି.ଏନ. ମୋନାପ୍ପାଙ୍କ ଭଳି ଦେଶର ପ୍ରତିଷ୍ଠିତ ବିଜନେସ ମ୍ୟାନଙ୍କ ସହ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ନେଇ ଓ୍ବାନ ଟୁ ଓ୍ବାନ କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss